
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ ନିରାଶ ହୋଇଯାଇଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆଜି ରିଲିଜ ହୋଇଛି |
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପୂର୍ବରୁ ସେ ନିଜ ର କିଛି ସ୍ମୃତି ସବୁଦିନ ପାଇଁ ଏ ଜଗତରେ ଛାଡି ଯାଇଛନ୍ତି | ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆଜି ରିଲିଜ ହୋଇଛି | ଫିଲ୍ମର ଟ୍ରେଲର ଜୁଲାଇ ୬ ତାରିଖରେ ରିଲିଜ କରିବାକୁ ଘୋଷଣା କରାଯାଇଥିଲା | ଆଜି ଦିଲ ବେଚାରାର ଟ୍ରେଲର ରିଲିଜ ହୋଇଛି | ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ବହୁତ୍ ଭଲ ହୋଇଛି ।ତେବେ ତାଙ୍କ ଟ୍ରେଲର ଦେଖିବାକୁ ତାଙ୍କ ଫ୍ୟାନ ଅନାଇ ରହିଥିଲେ । ସୁଶାନ୍ତ ଙ୍କ ଏହି ଶେଷ ଫିଲ୍ମ ଟ୍ରେଲର ଦେଖିବା ପରେ ଦର୍ଶକ ଙ୍କ ଆଖିରେ ଲୁହ ଆସିଯାଇଛି।
ସୁଶାନ୍ତ ସିଂହ ରାଜପୁତଙ୍କ ସହ ଅଭିନୟ କରିଥିବା ସଞ୍ଜନା କ୍ୟାନସରରେ ପୀଡିତ ଅଛନ୍ତି | ଫିଲ୍ମଟି କ୍ୟାନସର ପୀଡିତା ଜଣେ ଯୁବତୀଙ୍କ କାହାଣୀ ଉପରେ ଆଧାରିତ ହୋଇଛି | ଆମେରିକାନ ରୋମାଣ୍ଟିକ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟର୍ସର ରିମେକ ବୋଲି କୁହାଯାଉଛି | ଫିଲ୍ମରେ ସୁଶାନ୍ତ ଓ ସଞ୍ଜନାଙ୍କ କେମିଷ୍ଟ୍ରି ବହୁତ ସୁନ୍ଦର ହୋଇଛି | ଫିଲ୍ମର ଟ୍ରେଲର ଦେଖି ଜଣାପଡୁଛି ଫିଲ୍ମର ଇମୋସନାଲ ସିନ ପାୱାରଫୁଲ ରହିଛି ।