
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ ଭାରତ ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। ଟିକାକରଣ ପାଇଁ ଦେଶବ୍ୟାପୀ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପୁନେ ଫ୍ୟକ୍ଟ୍ରିରୁ କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ସ୍ଥାନକୁ ପ୍ରେରଣ ହୋଇଛି। ସିରମ୍ ସିଇଓ ଆଦର ପୁନାୱାଲା କହିଛନ୍ତି ପ୍ରଥମ ଦଫାରେ ୧୩ଟି ସହରକୁ ଟିକା ପଠାଯାଇଛି ଏବଂ ଏହା ଆମ ପାଇଁ ଏକ ଆବେଗର ମୁହୂର୍ତ୍ତ। ଆଜି ସକାଳେ ୩ଟି ତାପମାତ୍ରା ନିୟନ୍ତ୍ରିତ ଟ୍ରକ୍ ୪୭୮ ବକ୍ସ ଟିକା ସହ ସିରମ୍ ଇନଷ୍ଟିଚ୍ୟୁଟ୍ରୁ ବାହାରିଥିଲା। ଟିକା ପୁନେ ବିମାନବନ୍ଦରକୁ ଯିବା ପୁର୍ବରୁ ପାରମ୍ପରିକ ପୂଜା ସହ ନଡ଼ିଆ ଭଙ୍ଗା ଯାଇଥିଲା।
ପୁନେରୁ ଆଜି ୫୬.୫ ଲକ୍ଷ ଟିକା ସହ ୯ଟି ବିମାନ ୧୩ଟି ସ୍ଥାନରେ ପହଞ୍ଚିଛି। ଅକ୍ସଫୋର୍ଡ ଟିକା ‘କୋଭିସିଲ୍ଡ’ ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟି, ସିଲଂ, ଅହମଦାବାଦ୍, ହାଇଦ୍ରବାଦ୍, ବିଜୟୱାଡ଼ା, ଭୁବନେଶ୍ବର, ପାଟନା, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ରେ ପହଞ୍ଚି ସାରିଛି। ସରକାର କହିଛନ୍ତି, ଜାନୁଆରି ୧୪ ସୁଦ୍ଧା ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଟିକା ପହଞ୍ଚିବ। ସିରମ୍ ଇନଷ୍ଟିଚ୍ୟୁଟ୍ରୁ ଡୋଜ୍ ପିଛା ୨୦୦ ଟଙ୍କାରେ ୧.୧ କୋଟି ଡୋଜ୍ କୋଭିସିଲ୍ଡ ଟିକା କ୍ରୟ କରାଯାଇଛି ବୋଲି ସରକାର କହିଛନ୍ତି। ଟିକାକରଣ ପାଇଁ ୫୫ ଲକ୍ଷ କୋଭାକ୍ସିନ୍ ଡୋଜ୍ ମଧ୍ୟ କିଣାଯାଇଛି ବୋଲି ସରକାର କହିଛନ୍ତି। ପ୍ରଥମ ଦଫାରେ ୧୩ ସହରକୁ ଟିକା ପଠା ଯାଇଛି।ଟିକାର ଏମର୍ଜେନ୍ସି ବ୍ୟବହାରକୁ ଅନୁମତି ଦେବା ନିମନ୍ତେ ନିକଟରେ ହୋଇଥିବା ମୋଦୀ ସରକାରଙ୍କର ଏକ ବିଶେଷଜ୍ଞ କମିଟି ବୈଠକରେ ବିଶ୍ବର ଅନ୍ୟତମ ଅଗ୍ରଣୀ କୋଭିଡ ଟିକା ନିର୍ମାତା ଫାଇଜର୍ ଅଂଶଗ୍ରହଣ କରିପାରିନଥିଲା। ଆମେରିକାର ଏହି ଟିକା ପ୍ରସ୍ତୁତକାରୀ ସଂସ୍ଥା ଫାଇଜର୍ ପକ୍ଷରୁ କୁହାଯାଇଛି ଯେ, ଖୁବ୍ କମ୍ ସମୟର ନୋଟିସ୍ ଯୋଗୁଁ ଫାଇଜର୍ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିପାରି ନଥିଲା। ଡିସିଜିଆଇ ଅନୁମତି ପାଇଁ ଫାଇଜର୍ ପକ୍ଷରୁ ପ୍ରଥମେ ଆବେଦନ କରାଯାଇଥିଲା। କାରଣ ନଭେମ୍ବର ୩୦ରୁ ଜାନୁଆରି ୨ ମଧ୍ୟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଏସ୍ଇସି (ସବ୍ଜେକ୍ଟ ଏକ୍ସପର୍ଟ କମିଟି) ବୈଠକରେ ଫାଇଜର୍ କମ୍ପାନିର ପ୍ରତିନିଧି ଅଂଶଗ୍ରହଣ କରିପାରିନଥିଲା। ଭାରତ ସରକାର କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଏବଂ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି
4 Comments
Household Mold Remover Gel
Quickly And Effortlessly Remove Stains And Mold From Crevices In Your Home!
Designed to tackle mold, bacteria, and fungus with gusto! Our formula cleans up the gunk!
Keep Your Home Away From The Mold.
PROMO BUY 2 FREE 1 FOR NEXT 24 HOURS ONLY!
Get it now: homegadget.work
Cheers,
Burton
ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର – Indispeaks
Get The Worlds Greatest Magic Sand Free Beach Mat!
Watch sand, dirt & dust disappear right before your eyes!
Act Now And Receive A Special Discount For Our Magic Sand Free Beach Mat!
Get Yours Here: magicmat.shop
Regards,
Ariel
ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର – Indispeaks
Hello there
Body Revolution – Medico Postura™ Body Posture Corrector
Improve Your Posture INSTANTLY!
Get it while it’s still 60% OFF! FREE Worldwide Shipping!
Get yours here: medicopostura.online
Thanks and Best Regards,
Anthony
ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର – Indispeaks
Hi there
CAREDOGBEST™ – Personalized Dog Harness. All sizes from XS to XXL. Easy ON/OFF in just 2 seconds. LIFETIME WARRANTY.
Click here: caredogbest.online
Best Wishes,
Audra
ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର – Indispeaks