• May 26, 2022

ବଦଳିବ ଯୁକ୍ତ୨ ପ୍ରଶ୍ନପତ୍ର ଢାଞ୍ଚା: ଏଥର ୫୦% ମଲଟିପୁଲ ଚଏସ

Share it

ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ କେତେକ ପରିବର୍ତ୍ତନ କରାଯାଇଥିବା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଏଥର ଯୁକ୍ତ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ, ଯେଉଁଥିରେ୧ ମାର୍କର ୫୦ ଟି ପ୍ରଶ୍ନ ରହିବ। ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ। ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ।ପୂର୍ବ ବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ପଢ଼ୁଥିବା କଲେଜରେ ପରୀକ୍ଷା ଦେବେ। ୨୦୧୬ କିମ୍ବା ପରବର୍ତ୍ତୀ ସମୟରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ୭୦% ସିଲାବସ ଅନୁଯାୟୀ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ।
ତେବେ ପରୀକ୍ଷା ଫି ଛାଡ଼ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Read Previous

ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀରେ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତ କଲା

Read Next

୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ୧୧ଜଣଙ୍କୁ ପୁଲିସ ପଦକ

Leave a Reply

Your email address will not be published. Required fields are marked *